Categories: ଖେଳ

ଆରଆରର ସହଜ ବିଜୟ: ଡିସିର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ…

ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚରେ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବିରୋଧରେ ସହଜ ବିଜୟ ହାସଲ କରିଛି। ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଧାର୍ଯ୍ୟ ୨୦୦ ରନ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ ୯ ଓ୍ବିକେଟରେ ୧୪୨ ରନ କରିଥିଲା।
ଡିସି ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୬୫ ରନ କରିଥିବାବେଳେ ରିଲସ ରସୋ ୧୪, ଲଳିତ ଯାଦବ ୩୮ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ କରିପାରି ନ ଥିଲେ। ପ୍ରଥମରୁ ଡିସିର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ ହୋଇ ପଡିଥିଲା।
ଡିସି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିବାବେଳେ ଅଧିନାୟକ ଡେଭିଡ ୱାର୍ନରଙ୍କ ନେତୃତ୍ୱରେ ଡିସି ବୋଲିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ଅପରପକ୍ଷରେ ଆରଆର ଟିମ୍‌ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରି ଧାର୍ଯ୍ୟ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୯ ରନ କରିଥିଲା। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ ରହିଥିଲା। ଆରଆର ପକ୍ଷରୁ ଯଶସ୍ବୀ ଜୈସୱାଲ ୬୦ ରନ କରିଥିବାବେଳେ ଜୋସ୍‌ ବଟଲର ୭୯, ସିମରନ ହେଟମେୟର ୩୯ ରନ କରିଥିଲେ।

Share