Categories: ଖେଳ

ଶ୍ରୀଲଙ୍କାର ସହଜ ବିଜୟ, ୫ ଓ୍ବିକେଟରେ ଜିତିଲା…

ଲକ୍ଷ୍ନୌ,୨୧।୧୦ : ବିଶ୍ୱକପ କ୍ରିକେଟର ୧୯ ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚରେ ଟସ ଜିତି ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବର୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ଦଳ ଅଧିନାୟକ କୁସଲ ମେଣ୍ଡିସଙ୍କ ନେତୃତ୍ୱରେ ବୋଲିଂ କରଥିଲା।
୪୯.୪ ଓଭରରେ ନେଦରଲାଣ୍ଡ ଦଳ ୧୦ ଓ୍ବିକେଟ ହରାଇ ୨୬୨ ରନ କରିଥିଲା। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୬୩ ରନ ଥିଲା।
ଶ୍ରୀଲଙ୍କା ଦଳ ୪୮.୨ ଓଭରରେ ୫ ଓ୍ବିକେଟ ୨୬୩ ହରାଇ ରନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶାଙ୍କା ୫୪ ରନ କରିଥିବାବେଳେ ସାଦେରା ସମରଓ୍ବିକ୍ରେମା ରନ, ଚାରିଥା ଅଶାଲଙ୍କା ୪୪ , ଧନଞ୍ଜୟ ଡି ସିଲଭା ୩୦ ରନ କରିଥିଲେ।

Share