Categories: ଖେଳ

ଶ୍ରୀଲଙ୍କାର ସହଜ ବିଜୟ

ଗ୍ରସ୍‌ ଆଇଲେଟ୍‌, ୧୮ା୬ (ପି.ଟି.): ଟି୨୦ ବିଶ୍ୱକପରେ ସୋମବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୮୩ ରନ୍‌ରେ ପରାସ୍ତ କରିଛି ଶ୍ରୀଲଙ୍କା। ଉଭୟ ଦଳ ସୁପର-୮ ଦୌଡରୁ ବାଦ୍‌ ପଡି ସାରିଥିବା ବେଳେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ୬ ଉଇକେଟ ହରାଇ ୨୦୧ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୧୬.୪ ଓଭରରେ ୧୧୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥବା ଶ୍ରୀଲଙ୍କା ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ। କୁଶଲ ମେଣ୍ଡିସ ଓ ଚରିଥ୍‌ ଅସଲଙ୍କା ସର୍ବାଧିକ ୪୬ ରନ୍‌ର ଇନିଂସ ଖେଳିଥିଲେ। ଧନଞ୍ଜୟ ଡି ସିଲ୍‌ଭା ୩୪, ଆଞ୍ଜେଲୋ ମାଥ୍ୟୁସ୍‌ ୩୦ ଓ ଓ୍ବନିନ୍ଦୁ ହସରଙ୍ଗା ୨୦ ରନ୍‌ କରିବାରୁ ଦଳ ୨୦୧ ରନ୍‌ରେ ପହଞ୍ଚିଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଲୋଗାନ୍‌ ଭାନ୍‌ ବିକ୍‌ ୨, ଭିଭିଆନ କିଙ୍ଗମା, ଆର୍ଯ୍ୟନ ଦତ୍ତ, ପଲ୍‌ ଭାନ ମୀକେରାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୦୨ ରନ୍‌ର ପିଛା କରୁଥିବା ନେଦରଲାଣ୍ଡ୍ସ ମାତ୍ର ୧୧୮ ରନ୍‌ରେ ଅଲଆଉଟ ହୋଇଥିଲା। ଓପନର ମାଇକେଲ ଲେଭିଟ୍‌ ଓ ସ୍କଟ୍‌ ଏଡଓ୍ବାଡର୍‌ସ ସର୍ବାଧିକ ୩୧ ରନ୍‌ ଲେଖାଏ ସ୍କୋର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ନୁଆନ ଥୁସାରା ୩, ଓ୍ବନିନ୍ଦୁ ହସରଙ୍ଗା, ମଥୀଷା ପଥିରାନା ୨ଟି ଲେଖାଏ ଓ ମହୀଷ ଥିକ୍‌ସାନା, ଦାସୁନ ସନକା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୨୦ ଓଭରରେ ୨୦୧/୬ (କୁଶାଲ ମେଣ୍ଡିସ୍‌-୪୬, ଚରିଥ ଅସଲଙ୍କା-୪୬, ଧନଞ୍ଜୟ ଡି ସିଲ୍‌ଭା-୩୪, ଲୋଗାନ୍‌ ଭାନ୍‌ ବିକ୍‌-୨/୪୫, ଭିଭିଆନ୍‌ କିଙ୍ଗମା-୧/୨୩, ଆର୍ଯ୍ୟନ ଦତ୍ତ-୧/୨୩)। ନେଦରଲାଣ୍ଡ୍ସ ୧୬.୪ ଓଭରରେ ୧୧୮/୧୦ (ମାଇକେଲ ଲେଭିଟ୍‌-୩୧, ସ୍କଟ୍‌ ଏଡଓ୍ବାଡର୍‌ସ-୩୧, ନୁଆନ୍‌ ଥୁସାରା-୩/୨୪, ମଥିଷା ପଥିରାନା-୨/୧୨, ଓ୍ବନିନ୍ଦୁ ହସରଙ୍ଗା-୨/୨୫)।

Share