ଏସବୁ ଖାଇଲେ ହେବନି କରୋନା…

ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ନିଜର ନିତିଦିନିଆ ଜୀବନ ଶୈଳୀରେ କେତେକ ଖାଦ୍ୟାଭ୍ୟାସକୁ ସାମିଲ କଲେ ସୁଫଳ ମିଳିଥାଏ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଖାଦ୍ୟରେ ଅନପ୍ରୋସେସ୍ଡ ଖାଦ୍ୟ ସାମିଲ କରାଇବା ଆବଶ୍ୟକ। ଭିଟାମିନ୍‌, ଖଣିଜ ପଦାର୍ଥ, ଫାଇବର, ପ୍ରୋଟିନ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ଯୁକ୍ତ ଖାଦ୍ୟ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ କହିଛି। ତେଣୁ ପ୍ରତିଦିନ ଫଳ, ପନିପରିବା, ଡାଲି, ବିନ୍ସ, ନଟ୍ସ, ମକା, ବାଜରା, ଓଟସ୍‌, ଗହମ, ବ୍ରାଉନ୍‌ ରାଇସ୍‌, ଆଳୁ, ଶାକରକନ୍ଦ ଆଦି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ଏହା ସହିତ କମ୍‌ ଚର୍ବିଯୁକ୍ତ ମାଛ, ମାଂସ, ଅଣ୍ଡା, କ୍ଷୀର ଆଦିକୁ ଖାଦ୍ୟରେ ସାମିଲ କରିବା ଉଚିତ। ତେବେ ଅଧିକ ଚର୍ବିଯୁକ୍ତ ମାଛ, ରେଡ୍‌ ମିଟ୍‌, କୋଲ୍ଡ ଡ୍ରିଙ୍କସ୍‌ ଆଦିଠାରୁ ଦୂରେଇ ରହିଲେ ଭଲ। ପ୍ରତିଦିନ ୮ରୁ ୧୦ ଗ୍ଲାସ ପାଣି ପିଇବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ନ ଥାଇ ଅନ୍‌ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଖାଇଲେ ସ୍ବାସ୍ଥ୍ୟ ଉପଯୋଗୀ ବୋଲି କୁହାଯାଇଛି।

Share