ବର୍ଷାଦିନିଆ ସଂକ୍ରମଣରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍‌ରେ ନିଜକୁ ସୁସ୍ଥ ଓ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଯାହା ଆପଣଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିପାରିବ। ଜାଣନ୍ତୁ ସେ ସମ୍ପର୍କରେ …

ବର୍ଷାଦିନେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସେଥିରେ ହେଙ୍ଗୁ, ଧନିଆ ଓ ଜିରା ଅଧିକ ପରିମାଣରେ ପକାଇବା ଉଚିତ। କାରଣ ଏହା ପାଚନଶକ୍ତିକୁ ସୁଦୃଢ଼ ରଖିବା ସହ ସଂକ୍ରମଣରୁ ରକ୍ଷା କରିଥାଏ।

ତେଜପତ୍ର:
ବର୍ଷାଦିନେ ପାଣିରେ ତେଜପତ୍ର ଫୁଟାଇ ପିଇବା ଫଳରେ କାଶ ଓ ଥଣ୍ଡାରୁ ମୁକ୍ତି ମିଳିଥାଏ।

ବର୍ଷାଦିନେ ଥଣ୍ଡା କାଶ ହେଉଥିଲେ ମହୁରେ ଅଳ୍ପ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଏହା ଦୂର ହୋଇଥାଏ।

ଜୁଆଣି:

ବର୍ଷାଦିନେ ଉପୁଜୁଥିବା ପେଟ ଦରଜ, ଯନ୍ତ୍ରଣା ପାଇଁ ଜୁଆଣି ଲାଭଦାୟକ ହୋଇଥାଏ।