କଲରା ପାଟିକୁ ପିତା ଲାଗୁଥିଲେ ବି ଏହା ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ ପ୍ରୋଟିନ, କ୍ୟାଲସିୟମ, କାବ୍ରୋହାଇଡ୍ରେଟ୍ସ, ଫସଫରସ୍ ଓ ଭିଟାମିନ୍ ମିଳିଥାଏ । ତେଣୁ ଏହା ଶରୀର ପାଇଁ ଲାଭଦାୟକ ବୋଲି ଆୟୁର୍ବେଦରେ କୁହାଯାଇଛି ।
-କଫ ହୋଇଥିଲେ କଲରା ବ୍ୟବହାର କରିବା ଭଲ । ଏଥିରେ ଫସଫରସ ଥିବାରୁ ଏହା କଫ ପାଇଁ ଭଲ କାମ କରେ ।
-କଲରା ପାଚନ ଶକ୍ତି ବୃଦ୍ଧି କରୁଥିବାରୁ ଏହାକୁ ଖାଇଲେ ଭୋକ ଲାଗିଥାଏ ।
-ଏହା ଥଣ୍ଡା ହୋଇଥିବାରୁ ଗରମ ଦିନରେ ଦେଖାଯାଉଥିବା ରୋରୁ କଲରା ଉପଶମ ଦେଇଥାଏ ।
-ଦମା ବା ନିଶ୍ୱାସ ନେବାରେ କଷ୍ଟ ହେଉଥିଲେ ଏହାକୁ ବିନା ମସଲାରେ ଛୁଙ୍କ କରି ଖାଇଲେ ଲାଭ ମିଳିଥାଏ ।
-ପାରାଲିସିସ ବା ପକ୍ଷାଘାତ ରୋଗୀଙ୍କ ପାଇଁ ଏହା ଲଭାଦାୟକ । ଏମାନେ କଞ୍ଚା କଲରା ଖାଇବା ଭଲ ।
-ଲିଭର ସମସ୍ୟା ଠିକ୍ କରିବା ପାଇଁ ମଧ୍ୟ କଲରା ବ୍ୟବହାର କରାଯାଇପାରେ ।