ଖରାଦିନେ ଦହି ଖାଇଲେ ଦୂର ହୁଏ ଏସବୁ ସମସ୍ୟା…

ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ତେବେ ଏକ ସର୍ବେକ୍ଷଣ ଅନୁଯାୟୀ, ଖରାଦିନେ ଯଦି ପ୍ରତ୍ୟେହ କିଛିକିଛି ଦହି ଖିଆଯାଏ, ତା’ହେଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କାରଣ ଏଥିରେ ରହିଛି ଏମିତି କିଛି ଗୁଣକାରୀ ତତ୍ତ୍ୱ; ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ୍‌ କରିବା ସଙ୍ଗେସଙ୍ଗେ ଆମ ସ୍ବାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଦାନ୍ତ ଓ ହାଡ଼ ପାଇଁ ବି ଦହି ଖାଇବା ଉତ୍ତମ।

ଶରୀରରେ କୋଲେଷ୍ଟ୍ରୋଲ୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ବି ଦହି ସାହାଯ୍ୟ କରେ। ତେଣୁ ଯେଉଁମାନେ ଓଜନ କମାଇବା ପାଇଁ ଚାହୁଁଥାନ୍ତି, ତାଙ୍କ ପାଇଁ ଦହିର ସେବନ ଭଲ ପରିଣାମ ଦେଇଥାଏ। ଏଥିସହିତ ଖରାଦିନେ ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଖରାଦିନେ ପ୍ରଚୁର ଗରମ ଯୋଗୁ ଶରୀରରୁ ଜଳୀୟ ଅଂଶ କମିଯାଇ ଆମକୁ ଥକ୍କା ଲାଗିଥାଏ। ଏ କ୍ଷେତ୍ରରେ ଯଦି ପ୍ରତିଦିନ ଦହି ସରବତ୍‌ କିମ୍ବା ଦହି ପଖାଳ ଖିଆଯାଏ, ତା’ହେଲେ ଶରୀରରେ ଜଳୀୟ ଅଂଶ ନିୟନ୍ତ୍ରଣରେ ରହିବା ସହ ଆମକୁ ତାଜା ଅନୁଭବ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲାପାଳ, ଝାରସୁଗୁଡ଼ାରେ ୪୬ ଟପିଲା ତାତି

ଭୁବନେଶ୍ୱର,୨୨।୪: ଓଡ଼ିଶାରେ ଅସହ୍ୟ ଗରମ ଓ ତାତି ଜନିତ ପରିସ୍ଥିତି ମଧ୍ୟରେ ଝାରସୁଗୁଡ଼ା ଜିଲାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଛୁଇଁଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ...

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା: ସ୍ବାମୀ ଫେରାର

ଲକ୍ଷ୍ମୀପୁର,୨୨।୪: କୋରାପୁଟ ଜିଲା ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image