ଖରାଦିନେ ଖାଆନ୍ତୁ ଫାଳେ ପିଆଜ

ଏବେ ଅଧିକାଂଶ ଲୋକେ ପିଆଜ ରସୁଣ ଖାଇବାକୁ ବାରଣ କରୁଛନ୍ତି। ହେଲେ ଏହି ପିଆଜ ଶରୀର ପାଇଁ ବେଶ ଉପକାରୀ, ଏକଥା ହୁଏତ ଅନେକଙ୍କୁ ଜଣା ନ ଥିବ। ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ ଖୁବ ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ। ଭାତ ହେଉ କିମ୍ବା ରୁଟି ଭୋଜନ ସମୟରେ କଞ୍ଚା ପିଆଜର ସାଲାଡ ଖାଆନ୍ତୁ। ନଚେତ ଦହିରେ ଟିକ ଟିକ କାଟି ପିଆଜକୁ ଖାଇପାରିବେ। ଏହା ଶରୀର ପାଇଁ ବେଶ ଲାଭଦାୟକ।
* ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବା ସାଧାରଣ କଥା। ହେଲେ ଆପଣ ଜାଣିଛନ୍ତି କି ଏଥିରୁ ବର୍ତ୍ତିବା ପାଇଁ କଞ୍ଚା ପିଆଜର ବ୍ୟବହାର ଅତ୍ୟନ୍ତ ଲାଭଦାୟକ। କଞ୍ଚା ପିଆଜ ଖାଇବା ଦ୍ୱାରା ଅଂଶୁଘାତ ହୋଇ ନ ଥାଏ ଓ ଅଂଶୁଘାତ ହୋଇଥିଲେ ପିଆଜ ରସ ପିଇଲେ ଭଲ ହୋଇଥାଏ।
* ଗ୍ରୀଷ୍ମରେ ଅଧିକାଂଶ ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ। ଏହି ବର୍ଗର ଲୋକେ ଦ୍ବିପହର ଭୋଜନ ସମୟରେ କଞ୍ଚା ପିଆଜ ଫାଳେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।
* କଞ୍ଚା ପିଆଜ ଖାଇବା ଦ୍ବାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
* ପିଆଜ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାର ଉପଯୋଗ କରିବା ସହ ସ୍ୟାଣ୍ଡୱିଚ ଘରେ ପ୍ରସ୍ତୁତ କରି କଞ୍ଚା ପିଆଜର ଉପଯୋଗ କରନ୍ତୁ। କଞ୍ଚା ପିଆଜରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
* ସେହିପରି ଦୁର୍ଗନ୍ଧ ସମସ୍ୟା ଦେଖାଦେଲେ ମଧ୍ୟ କଞ୍ଚା ପିଆଜର ବ୍ୟବହାର କରିପାରିବେ। ଏହାକୁ ଖାଇଲେ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ପରେ ୧୦ମିନିଟ୍‌ ପର୍ଯ୍ୟନ୍ତ ଚୋବାନ୍ତୁ ପାନପତ୍ର, ଅନେକ ସମସ୍ୟାରୁ ମିଳିବ ମୁକ୍ତି

ଅଧିକାଂଶ ଭାରତୀୟ ଖାଦ୍ୟ ପରେ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି। ତଥାପି ମିଠା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ଏପରି ପରିସ୍ଥିତିରେ, ସୁସ୍ଥ ଉପାୟରେ...

ମୋଟାପଣ ଦୂର କରିବା ପାଇଁ ଗ୍ରୀନ୍‌ ଟି, ଜାଣନ୍ତୁ ଦିନକୁ କେତେଥର ପିଇବା ଉଚିତ

ଗ୍ରୀନ୍‌-ଟି ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାକୁ ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି, ଆପଣଙ୍କ ଚର୍ମକୁ...

ତରଭୁଜ ଖାଉଥିଲେ ସାବଧାନ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଭରପୂର ମାତ୍ରାରେ ଭିଟାମିନ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଗବେଷକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି...

ଆର୍ଟିଫିସିଆଲ୍‌ ଜୁଏଲେରି ପିନ୍ଧୁଥିଲେ

ଦିନକୁ ଦିନ ବଢୁଥିବା ସୁନା ଦରକୁ ଅଖିଆଗରେ ରଖି ବର୍ତ୍ତମାନ ଆର୍ଟିଫିସିଆଲ୍‌ ଜୁଏଲେରିର ଡିମାଣ୍ଡ ବଢୁଥିବା ଦେଖିବାକୁ ମିଳୁଛି। ବଜେଟକୁ ସୁହାଇଲା ଭଳି ଦାମ୍‌ରେ ଭଳିକି...

ପୁରୁଷମାନେ କିଭଳି ବାଛିବା କଥା ଜୀବନସାଥୀ, ରୂପ ନା ଗୁଣ ଜାଣନ୍ତୁ ଚାଣକ୍ୟଙ୍କ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ...

ମିଛ କହୁଥିଲେ ଶରୀରର ଏହି ଅଂଶ ହୋଇଯାଏ ଗରମ: ରଖନ୍ତୁ ଧ୍ୟାନ

ଦୈନନ୍ଦିନ ଜୀବନରେ ମଣିଷକୁ ଟିକେ ମିଛ କହିବାକୁ ପଡ଼ିଥାଏ। ଯିଏ ଯେତେ ସଚ୍ଚୋଟ ହୁଅନ୍ତୁ ନା କାହିଁକି, ସେମାନେ ନିଶ୍ଚିତ ଭାବରେ ତାଙ୍କ ଜୀବନର କୌଣସି...

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ଗୁଣ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଜନ୍ମ ହେଉ ହେଉ ଦୁଇଟି ଜିନିଷକୁ ଡ଼ରନ୍ତି ନବଜାତକ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଘରକୁ ଖବର ଆସେ ଯେ ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି, ଦମ୍ପତି ଆନନ୍ଦରେ ଉଲ୍ଲସିତ ହୁଅନ୍ତି ଏବଂ ପରିବାର ସଦସ୍ୟମାନେ ମଧ୍ୟ ବହୁତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image