ଏହାକୁ ଖାଇଲେ ହେବନି କରୋନା…

ଲଣ୍ଡନ,୨୧।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଭିଟାମିନ୍‌ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ବ୍ରିଟେନରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ପ୍ରୋବାୟୋଟିକ୍ସ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ମଲ୍ଟି ଭିଟାମିନ୍‌, ଭିଟାମିନ୍‌-ଡି ସପ୍ଲିମେଣ୍ଟ୍‌ ଆଦି ବେଶ୍‌ ଉପଯୋଗୀ ହୋଇଥାଏ। ଏସବୁ ନିୟମିତ ଭାବେ କିଛି ଦିନ ଖାଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ପ୍ରୋବାୟୋଟିକ୍ସ୍‌ ଦ୍ୱାରା କରୋନା ସଂକ୍ରମର ଆଶଙ୍କା ୧୪ ପ୍ରତିଶତ କମ୍‌ ହୋଇଥାଏ। ସେହିପରି ଓମେଗା-୩ ଫ୍ୟାଟି ଏସିଡ୍‌ ଦ୍ୱାରା ଏହି ଆଶଙ୍କା ୧୨ ପ୍ରତିଶତ କମି ଯାଇଥାଏ। ମଲ୍ଟ୍‌ି ଭିଟାମିନ୍‌ ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା ୧୩ ପ୍ରତିଶତ ଏବଂ ଭିଟାମିନ୍‌-ଡି ସପ୍ଲିମେଣ୍ଟ୍‌ ଯୋଗୁ ଏହି ଆଶଙ୍କା ୯ ପ୍ରତିଶତ ହ୍ରାସ ପାଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏକ ଆପ୍‌ ଅଧାରରେ ଏହି ସର୍ଭେ କରାଯାଇଥିଲା। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ।