ଖାଆନ୍ତୁ କଦଳୀଗଛର ମୂଳ

ନୂଆଦିଲ୍ଲୀ: କଦଳୀ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ କେହି ହୁଏତ ଜାଣି ନ ଥିବେ କି କଦଳୀ ଭଳି ସେହି ଗଛର ମୂଳ ମଧ୍ୟ ଖାଇହେବ। କଦଳୀ ଗଛର ମୂଳରେ ଭିଟାମିନ୍‌-ଏ, ବି ଓ ସି, ସେରୋଟୋନିନ୍‌, ଟୋନିନ୍‌, ହେପାମାଇନ୍‌ ଆଦି ପ୍ରଚୁର ମାତ୍ରାରେ ରହିଛି। ତେଣୁ ବିଶେଷଜ୍ଞଙ୍କ କହିବା ଅନୁସାରେ କଦଳୀ ଭଳି ସେହି ଗଛର ମୂଳ ଖାଇବା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ବିଭିନ୍ନ ପ୍ରକାର ରୋଗର ଉପଶମ ହୋଇଥାଏ।
କଦଳୀ ଗଛର ମୂଳ ଖାଇବା ଫଳରେ ବିଭିନ୍ନ ରୋଗ ଭଲ ହୋଇଥାଏ। ନିୟମିତ ଏହାକୁ ଖାଇବା ଫଳରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ତେବେ ଏହାକୁ ଉପଯୁକ୍ତ ବିଧିରେ ହିଁ ଖାଇବାକୁ ହେବ। ରକ୍ତଚାପ ରୋଗୀମାନେ ୧୦୦ ଗ୍ରାମ୍‌ କଦଳୀ ଗଛର ମୂଳକୁ ପାଣିରେ ସିଝାଇ କାଢ଼ା ଭଳି ଦିନକୁ ଦୁଇ କିମ୍ବା ତିନି ଥର ପିଇବା ଉଚିତ। କଦଳୀ ଗଛର ମୂଳରେ ଆଣ୍ଟିପାୟରେଟିକ୍‌ ତତ୍ତ୍ୱ ବି ରହିଛି। ତେଣୁ ଏହି କାଢ଼ା ପିଇବା ଫଳରେ କୁଣ୍ଡାଇହେବା କିମ୍ବା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। କଦଳୀ ମୂଳରେ ହେପାମାଇନ୍‌ ଭରପୂର ମାତ୍ରାରେ ରହିଥିବାରୁ ଏହା ଗ୍ୟାସଟ୍ରିକ୍‌ ସମସ୍ୟା ବି ଦୂର କରିଥାଏ। ଏଥିରେ ଭିଟାମିନ୍‌ ଏ’ ପ୍ରଚୁର ମାତ୍ରାରେ ଥିବାରୁ ଦୃଷ୍ଟିଶକ୍ତିକୁ ଠିକ୍‌ ରଖିବାରେ ବି ସାହାଯ୍ୟ କରେ।