ପରୀକ୍ଷା ସମୟରେ ଖାଆନ୍ତୁ ଏହି ଖାଦ୍ୟ…

ପରୀକ୍ଷାକୁ ନେଇ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ର ଯେତିକି ଚିନ୍ତାରେ ରହିଥାନ୍ତି ସେମାନଙ୍କଠାରୁ ଅଧିକ ଚିନ୍ତାରେ ଥାନ୍ତି ପରିବାର ଲୋକେ। ସେଥିପାଇଁ ବାପା ମା’ଙ୍କ ଆଖିରେ ନିଦ ନ ଥାଏ। ତେବେ ଖାଲି ପାଠ ପଢ଼ା ପ୍ରତି ଧ୍ୟାନ ଦେଲେ ହେବ ନାହିଁ। ସେମାନଙ୍କ ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ସମୟରେ ପିଲାଙ୍କୁ ସଜାଗ ଓ ସୁସ୍ଥ ରଖିବା ପରି ଖାଦ୍ୟ ଖାଇବା ଦରକାର। ଏହା ଦେହକୁ ହାଲକା ରଖିବା ସହ ପିଲାଙ୍କୁ ସତର୍କ ଓ ସଜାଗ ମଧ୍ୟ ରଖିଥାଏ। ଜାଣିବା କ’ଣ ଖାଇବା ଉଚିତ:

-ପରୀକ୍ଷା ସମୟରେ ଅଳ୍ପ ଓ ହଲ୍‌କା ଖାଦ୍ୟା ଖାଇବା ଆବଶ୍ୟକ।
-ଗାଜର, ଟମାଟୋ, କାକୁଡି, ସାଲାଡ୍‌ ଆଦି ଭଲ।
-ରସଯୁକ୍ତ ଫଳ ଚାପକୁକ୍ତ ରଖିଥାଏ। ତେଣୁ କମଳା, ନାସ୍‌ପାତି, ସେଓ ଓ ଅମୃତଭଣ୍ଡା ଲାଭଦାୟକ।
-ସୁଝା ବୁଟ, ଚଣା, ମଟର ଆଦି ଭଲ।
-ଜଳଖିଆରେ ସୁଖା ଫଳ ନେଲେ ଭଲ।
ଏହି ସମୟରେ ଛାତ୍ରୀଛାତ୍ରମାନେ ଚାପରେ ଥିବାରୁ ସେମାନଙ୍କର ଇମ୍ୟୁନିଟଇ କମ୍‌ ରହିଥାଏ। ତେଣୁ ଅଧିକ ଖାଦ୍ୟ ଖାଇବା ଦ୍ୱାରା ପାକସ୍ଥଳୀ ଇନ୍‌ଫେକ୍ସନ୍‌ ହେବାର ସମ୍ଭାବନା ଥାଏ। ଏହି ସମୟରେ ବାହାର ଅପେକ୍ଷା ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦରକାର। ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇଲେ ନିଦ ହୋଇଥାଏ। ଏହାଦ୍ୱାରା ସେମାନଙ୍କ ପାଠ ମଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଜଙ୍କଫୁଡ୍‌ ଖାଇବାରୁ ପିଲାଙ୍କୁ ବାରଣ କରନ୍ତୁ।