ଜାଣନ୍ତି କି? ଏସବୁ ଖାଦ୍ୟ ସହ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

ପରଟା-ଦହି : ପରଟା ସହ ଦହି ଆଦୌ ଖାଆନ୍ତୁ ନାହିଁ। କାରଣ ଏହାର ପ୍ରଭାବ ପାଚନକ୍ରିୟା ଉପରେ ପଡିଥାଏ। ଆପଣ ରୁଟି ସହ ଦହି ଖାଇପାରନ୍ତି।
ଖାଇବା ପରେ ଚା’ : ଅନେକେ ଖାଦ୍ୟ ଖାଇବା ପରେ ଚା’ ପିଇଥାଆନ୍ତି। ଏହାଦ୍ୱାରା ପାଚନକ୍ରିୟାରେ ଅସନ୍ତୁଳନ ପରିଲକ୍ଷିତ ହୋଇଥାଏ। ତେଣୁ ଏଭଳି ଅଭ୍ୟାସକୁ ଯେତେ ସମ୍ଭବ ବଦଳାଇବାକୁ ଚେଷ୍ଟା କରନ୍ତୁ।
କ୍ଷୀର-ଫଳ : କ୍ଷୀର ଏବଂ ଫଳ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ତେବେ ଏହାକୁ ମିଶାଇ (କ୍ଷୀର ଏବଂ ଫଳ) ଆଦୌ ଖାଆନ୍ତୁ ନାହିଁ। କାରଣ କ୍ଷୀରରେ ଥିବା କ୍ୟାଲସିୟମ ତତ୍ତ୍ୱକୁ ଫଳରେ ଥିବା ଏଞ୍ଜାଇମ୍‌ ଶୋଷି ନେଇଥାଏ। ଏହାଦ୍ୱାରା କ୍ଷୀରର ସୁପ୍ରଭାବ ଶରୀର ଉପରେ ପଡି ନ ଥାଏ। ତା’ ସହ ଫଳରେ ଥିବା କେତେକ ଉପକାରୀ ତତ୍ତ୍ୱ ମଧ୍ୟ ଶରୀର ଭିତରକୁ ଯାଇ ନ ଥାଏ।
କ୍ଷୀର-ମାଛ : କ୍ଷୀର ସହ ମାଛକୁ ମିଶାଇ ଖାଇଲେ ତାହାର ପ୍ରଭାବ ସିଧାସଳଖ ଚର୍ମ ଉପରେ ପଡିଥାଏ। କେବଳ ସେତିକି ନୁହେଁ, ଦହି ସହ ମାଛ ମଧ୍ୟ ଖାଆନ୍ତୁ ନାହିଁ। ଦହି ଥଣ୍ଡା ହୋଇଥିବା ବେଳେ ମାଛ ଗରମ। ତେଣୁ ଏହା ପେଟଜନିତ ସମସ୍ୟା ସୃଷ୍ଟି କରିଥାଏ।