ଏହି ସମୟରେ ଏସବୁ ଫଳ ଖାଇଲେ ବଢ଼ିବ ଇମ୍ୟୁନିଟ ପାଓ୍ବାର

ଫଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଯଦି କାହାର ଦେହ ଖରାପ ହୋଇଯାଏ, ଡାକ୍ତର ତାଙ୍କୁ ଫଳ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଫଳରେ ଅନେକ ପ୍ରକାର ଭିଟାମିନ୍‌ ଭରି ରହିଥାଏ। ତେବେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଯକୌଣସି ସମୟରେ ଫଳ ଖାଇଥା’ନ୍ତି। ଏହା କରିବା ଫଳରେ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ। ତେବେ ଜାଣନ୍ତୁ କେଉଁ ଫଳକୁ କେଉଁ ସମୟରେ ଖାଇବା ଉଚିତ।

ପ୍ରତିଦିନ ସକାଳେ ସେଓ ଖାଇବା ସ୍ବାସ୍ଥ୍ୟୋପଯୋଗୀ ହୋଇଥାଏ। ଏଥିରେ ଥିବା ପେକ୍ଟିନ୍‌ ତତ୍ତ୍ୱ ରକ୍ତଚାପ କମ୍‌ କରିବା ସହିତ ଶରୀରରୁ କୋଲେଷ୍ଟରଲ ପରିମାଣ କମ୍‌ କରିଥାଏ। ଏହାକୁ ରାତିରେ ଖାଇବା ତ୍ୱଚା ପାଇଁ ହାନିକାରକ ହୋଇଥାଏ। କାରଣ ରାତିରେ ଖାଇବା ଫଳରେ ଏସିଡିଟି ହୋଇଥାଏ।

କଦଳୀ: ଖରାବେଳେ ଖାଇ ସାରିବା ପରେ କଦଳୀ ଖାଇବା ଉଚିତ। କାରଣ ଲଞ୍ଚ୍‌ ପରେ ଖାଇବା ଫଳରେ ଶରୀରରେ ଇମ୍ୟୁନିଟ ପାଓ୍ବାର ବଢ଼ିଥାଏ। ଏହାକୁ ରାତିରେ ଖାଇବା କ୍ଷତିକାରକ ହୋଇଥାଏ।