Advertisement

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଚିକେନ ନଗେଟ୍‌ : ପ୍ୟାକେଟରେ ଥିଲା ଏମିତି କିଛି…

ଯଦି ଅନ୍‌ଲାଇନ୍ରେ‌ କିଛି ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଲିଡ୍‌ସ୍‌, ଇଂଲଣ୍ଡର ଲିଲି ଡେଣ୍ଟନ ନାମକ ମହିଳା ଅନ୍‌ଲାଇରେ ଏକ ସାଇଡ୍‌ରୁ ଚିକେନ ନଗେଟ୍‌ସ ଅର୍ଡର କରିଥିଲେ। ଏହା ଘରେ ପହଞ୍ଚିବା ପରେ ଲିଲି ନିଜେ ଖାଇବା ସହ ତାଙ୍କର ୩ ବର୍ଷର ଝିଅକୁ ମଧ୍ୟ ଦେଇଥିଲେ। ଏହାକୁ ଅଧା ଖାଇବା ପରେ ଲିଲି ତା ଭିତରୁ ଲାଲ ଏବଂ ବାଦାମୀ ରଙ୍ଗର କିଛି ଥିବା ଦେଖିବାକୁ ପାଇଲେ। କିଛି ସମୟ ପରେ ସେ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କର ପେଟ କାଟିବା ସହ ବାନ୍ତି ହୋଇଥିଲା। ତାଙ୍କ ୩ ବର୍ଷର ଝିଅର ମଧ୍ୟ ବାନ୍ତି ହୋଇଥିଲା। ତୁରନ୍ତ ଲିଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଡାକ୍ତରଙ୍କ କହିବାନୁସାରେ, ସେ ଡାଇରିଆରେ ପୀଡିତ ହୋଇଛନ୍ତି। ଚିକେନ ନଗେଟ୍‌ସ ଖାଇବା ପରେ ତାଙ୍କ ଶରୀରରୁ କ୍ୟାମ୍ପିଲୋବ୍ୟାକ୍ଟର ମିଳିଥିଲା, ଯାହାକି ଖାଦ୍ୟ ବିଷାକ୍ତ ପାଇଁ ଦାୟୀ। ଏହା ଜାଣିବା ପରେ ଉକ୍ତ ଅନ୍‌ଲାଇନ୍‌ ସାଇଡ୍‌ର ମ୍ୟାନେଜର ଲିଲିଙ୍କୁ କ୍ଷମା ମାଗିଥିଲେ। ମାତ୍ର ଲିଲି ଆଉ କେବେ ଅନ୍‌ଲାଇନ୍‌ରୁ କିଛି ଖାଦ୍ୟ ଅର୍ଡର କରିବେ ନାହିଁ ବୋଲି କହିଛନ୍ତି।

Share