ବ୍ରିଟେନର ଏକ କମ୍ପାନୀ ଚିକେନ ପକୋଡ଼ା ଖାଇଲେ ୧ ଲକ୍ଷ ଟଙ୍କାର ଦରମା ମିଳିବ ବୋଲି ଘୋଷଣା କରିଛି। ଚିକେନ ପକୋଡ଼ା ଖାଇବା ପରେ ଏଠାକାର ଏକ ଫୁଡ୍ କମ୍ପାନୀ ଏହି ଅଫର ଦେଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ ବିଜ୍ଞାପନ ମଧ୍ୟ ଜାରି କରାଯାଇଥିଲା।
ଏହି କମ୍ପାନୀର ନାମ Birds eye। ଯାହା ଚିକେନର ଡିପର୍ସ ତିଆରି କରେ। ଉକ୍ତ କମ୍ପାନୀ ଏହାର ଟେଷ୍ଟ ଟେଷ୍ଟର ଭ୍ୟାକାନ୍ସି ବାହାର କରିଛି। ଯିଏ କମ୍ପାନୀର ପ୍ରଡକ୍ଟ (ଚିକେନ ପକଡ଼ା ଏବଂ ସସ୍) ଟେଷ୍ଟ ଟେଷ୍ଟର ଅର୍ଥାତ୍ ସ୍ବାଦ ଚାଖିବା ପାଇଁ ଲୋକଙ୍କୁ ଦରମା ଦେବ ବୋଲି ଘୋଷଣା କରିଛି। ଚିକେନ ପକୋଡ଼ା, କ୍ରିପ୍ସ, କ୍ରଞ୍ଚ୍, ସସ୍ ଆଦିକୁ ପରଫେକ୍ଟ ବାଲାନ୍ସ ଜାଣିବା ପାଇଁ ଚାହିଁଛି। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ କମ୍ପାନୀ ୧ ଲକ୍ଷ ଟଙ୍କାର ଦରମା ଦେବ ବୋଲି କହିଛି।
କମ୍ପାନୀର ଚିଫ୍ ଡିପିଂ ଅଫିସର ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। www.birdseye.co.ukରେ ଆବେଦନ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ BirdseyeHR@chiefdippingofficer.co.ukରେ ୨୫୦ ଶବ୍ଦ ମଧ୍ୟରେ ଏକ ଲେଟର ପଠାଇ ଆବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି।