ଆମ ସ୍ବାସ୍ଥ୍ୟ ପାଇଁ ଅଙ୍ଗୁର ବେଶ୍ ଉପକାରୀ। ଏଥିରେ ଭିଟାମିନ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଏହାକୁ ଖାଇବା ଦ୍ୱାରା ଡାଇବେଟିସ, କ୍ୟାନ୍ସର, ହାର୍ଟ ଆଟାକ୍ ଆଦିର ଆଶଙ୍କା କେତେକାଂଶରେ କମ୍ କରିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ପ୍ରକାଶ କରିଛନ୍ତି। ଶରୀରରେ ଯଦି ପୋଟାସିୟମ୍ ଓ ସୋଡ଼ିୟମ୍ର ମାତ୍ରା କମିଯାଏ, ତେବେ ଅଙ୍ଗୁର ଖାଇଲେ ତାହା କେତେକାଂଶରେ ପୂରଣ ହୋଇଥାଏ। ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତି ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରନ୍ତି। ଏହାର ଆଉ ଏକ ଉପକାରୀ ଗୁଣ ରହିଛି। ଏହାକୁ ନିୟମିତ ଖାଇଲେ ତାହା କୋଲେଷ୍ଟ୍ରରଲ୍ର ମାତ୍ରାକୁ ସନ୍ତୁଳିତ ରଖିଥାଏ। ଅଙ୍ଗୁର ଦୃଷ୍ଟି ଶକ୍ତକୁ ଆହୁରି ପ୍ରଖର କରେ। ଆପଣ ସ୍ମରଣ ଶକ୍ତିଜନିତ ସସମ୍ୟା ସହ ଜଡିତ କି ? ଯଦି ହଁ, ତେବେ ଏହାର ସରଳ ସମାଧାନ ଉପାୟ ହାତ ପାଆନ୍ତାରେ ରହିଛି। ନିୟମିତ ଅଙ୍ଗୁର ଖାଇଲେ ତାହା ଆମର ସ୍ମରଣ ଶକ୍ତି ବଢ଼ାଇବା ସହ ମସ୍ତିଷ୍କ କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରିଥାଏ। ଏହାକୁ ଖାଇବା ଦ୍ୱାରା ଆମର ଅସ୍ଥି ମଧ୍ୟ ଶକ୍ତ ରହେ। ଏଥିରେ ଭିଟାମିନ୍-ସି ଅଧିକ ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଶରୀରରେ ବ୍ୟାକ୍ଟେରିଆ, ଭାଇରସ୍ ସଂକ୍ରମଣରୁ ମଧ୍ୟ ଏହା ଆମକୁ ସୁରକ୍ଷା ପ୍ରଦାନ କରେ। ଅଙ୍ଗୁର ଶରୀରକୁ ମଧ୍ୟ ସତେଜ ରଖିଥାଏ।