ଛତୁ ଖାଇ ୨ ଗୁରୁତର

ଝରିଗାଁ,୬।୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମରେ ବିଷାକ୍ତ ଛତୁ ଖାଇ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗବାଗୁଡା ଗ୍ରାମର ଜେମା ଜାନୀ (୬୦) ଏବଂ ନିଳା ଜାନୀ(୫୫) ରବିବାର ବାଡ଼ିରେ ଥିବା ଛତୁ ଆଣି ରୋଷେଇ କରି ଖାଇଥିଲେ। ଛତୁ ଖାଇବାର ପ୍ରାୟ ୨ ଘଣ୍ଟା ପରେ ବାନ୍ତି ଏବଂ ଝାଡା ହୋଇଥିଲା। ପରିବାର ଲୋକ ଜମିରେ କାମ କରୁଥିବାବେଳେ ଖବର ପାଇ ଘରକୁ ଆସି ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଚିକିତ୍ସା ପରେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି।

Share