ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ବାଲେଶ୍ୱର,୬ା୭(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର ନୂଆଁପୁର ସିନ୍ଧିଆ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗ୍ରାମର ଆଦିତ୍ୟ ପ୍ରଧାନଙ୍କ ଦେହାନ୍ତ ପରେ ତୃତୀୟ ଦିନରେ ପରିବାର ଓ ବନ୍ଧୁବର୍ଗଙ୍କ ପିତା ଭାତ ହୋଇଥିଲା। ତେବେ ପିତା ଭାତ ଖାଇବାର କିଛି ଘଣ୍ଟା ପରେ ପରିବାରର ସମସ୍ତ ସଦସ୍ୟଙ୍କ ଦେହରେ ଅସ୍ବାଭାବିକ ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ଆଜି ଖାଦ୍ୟ ଖାଇଥିବା ସମସ୍ୟା ପରିବାରବର୍ଗଙ୍କୁ ଲୋକଙ୍କୁ ଝାଡ଼ାବାନ୍ତି ଓ ଜ୍ୱର ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭର୍ତ୍ତି କରାଯାଇଛି I ଅସୁସ୍ଥମାନେ କ୍ରମେ ଗୁରୁତର ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି ଓ ସ୍ବତନ୍ତ୍ର ଡାକ୍ତରଙ୍କ ସହାୟତାରେ ଚିକିତ୍ସା ଜାରି ରହିଛି।

Share