ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ ପ୍ରଭାବିତ କରିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ଏଭଳି ତଥ୍ୟ ପ୍ରକାଶ କରିଛନ୍ତି। ଏପରି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ କିଛି ବ୍ୟକ୍ତିଙ୍କୁ ସର୍ଭେ ପରିସରଭୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ମିଠା ଖାଉଥିଲେ ସେମାନଙ୍କର ସ୍ମରଣ ଶକ୍ତିକୁ ଉକ୍ତ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ପରିଶେଷରେ ଜଣାପଡ଼ିଥିଲା ଯେ, ଆବଶ୍ୟକତାଠାରୁ ଅଧିକ ମିଠା ଖାଇଲେ ତାହାର ପ୍ରଭାବ କେତେକାଂଶରେ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ। ତେଣୁ ମିଠାଜାତୀୟ ଖାଦ୍ୟକୁ ସୀମିତ ଭାବରେ ଖାଇବାକୁ ଚେଷ୍ଟା କରନ୍ତୁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।