Advertisement
Categories: ବାଣିଜ୍ୟ

୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ଦେବ ଇଓ୍ବାଇ

ନୂଆଦିଲ୍ଲୀ: ପ୍ରଫେଶନାଲ ସର୍ଭିସ ଫାର୍ମ ଇଓ୍ବାଇ ୯ ହଜାର ପ୍ରଫେଶନାଲଙ୍କୁ ନିଯୁକ୍ତି ପ୍ରଦାନ କରିବ। କ୍ୟାଲେଣ୍ଡର ବର୍ଷ ୨୦୨୧ ଲାଗି କମ୍ପାନୀ ବିଭିନ୍ନ ଟେକ୍ନୋଲୋଜି ରୋଲ୍‌ ଲାଗି ଏଭଳି ନିଯୁକ୍ତି ଦେବ ବୋଲି ଜଣାପଡିଛି। କମ୍ପାନୀର ଗ୍ଲୋବାଲ ଡେଲିଭରି ସେଣ୍ଟର ସମେତ ସବୁ ମେମ୍ବର ଫାର୍ମଗୁଡିକରେ ଡିଜିଟାଲ କ୍ଷମତା ବୃଦ୍ଧି ଏବଂ ଏଣ୍ଡ ଟୁ ଏଣ୍ଡ ବିଜ୍‌ନେସ ସଲ୍ୟୁଶନ ଯୋଗାଣ ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥମେଟିକ୍ସ ଭଳି କ୍ଷେତ୍ରଗୁଡିକରୁ ଏଭଳି ନିଯୁକ୍ତି କରାଯିବ। ସେହିଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିନ ଲର୍ନିଂ, ସାଇବର ସିକ୍ୟୁରିଟି, ଆନାଲିଟିକ୍ସ ଏବଂ ଏମର୍ଜିଂ ଟେକ୍ନୋଲୋଜି ଭଳି କ୍ଷେତ୍ରରେ କମ୍ପାନୀ ଏହାର କ୍ଷମତା ବଢାଇବା ଦିଗରେ ଯୋଜନା ରଖିଛି। ଇକୋସିଷ୍ଟମକୁ ଦୃଢ କରିବା ଦିଗରେ କମ୍ପାନୀ ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ନେଉଥିବା ଇଓ୍ବାଇ ଇଣ୍ଡିଆର କନ୍‌ସଲ୍‌ଟିଂ ପ୍ରାକ୍ଟିସ ଲିଡର ଏବଂ ପାର୍ଟନର ରୋହନ ସଚଦେବ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share