କୋଲକାତା,୭।୪: ଧର୍ମକୁ ଆଧାର କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ରାଲିରେ ଭୋଟ ମାଗିଥିବାରୁ ନିର୍ବାଚନ କମିଶନ ଜବାବ ମାଗିଛନ୍ତି। ଏନେଇ ତାଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ଏକ ନିର୍ବାଚନ ରାଲିରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଭାଗ ଭାଗ ନ ହୋଇ ଏକତ୍ରିତ ରହି ଟିଏମ୍ସିକୁ ଭୋଟ ଦେବାକୁ ମମତା ନିବେଦନ କରିଥିଲେ। ଏନେଇ ଭାଜପା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।