ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରି ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ତଥା ବିଧାୟକ ପ୍ରିୟଙ୍କ ଖାର୍ଗେ। ବୁଧବାର ନିର୍ବାଚନ ଆୟୋଗ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ପ୍ରିୟଙ୍କ ଦେଇଥିବା ବିବୃତ୍ତି ପ୍ରାଥମିକ ଭାବେ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନିର୍ବାଚନ ଆୟୋଗ କହିଛନ୍ତି। ଯଦି ସେ ନୋଟିସର ଆସନ୍ତାକାଲି ସୁଦ୍ଧା କୌଣସି ଜବାବ ନ ଦେବେ, ତେବେ ନିର୍ବାଚନ କମିଶନ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
କର୍ନାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରିୟଙ୍କ ଖାର୍ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅଯୋଗ୍ୟ ପୁଅ ଶବ୍ଦ ବ୍ୟବହାର କରିଥିଲେ। ପ୍ରିୟଙ୍କ କର୍ନାଟକର ଚିତ୍ରାପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜଣେ କଂଗ୍ରେସ ବିଧାୟକ। ଏଥର ମଧ୍ୟ ସେ ସମାନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।