ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନ ମେ ୧୦ରେ ହେବାକୁ ଯାଉଛି। ଏହା ପୂର୍ବରୁ କରପ୍ଶନ ରେଟ କାର୍ଡ ନେଇ ନିର୍ବାଚନ କମିଶନ(ଇସି) କଂଗ୍ରେସକୁ ନୋଟିସ ଜାରି କରିଛନ୍ତି। ଏହାର ଜବାବ ରବିବାର ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ଇସି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।
ଖବରକାଗଜରେ ପ୍ରକାଶିତ କରପ୍ଶନ ରେଟ କାର୍ଡ ବିଜ୍ଞାପନ ନେଇ ଇସି ଏଭଳି ନିର୍ଦ୍ଦେଶ ଚାରି କରିଛନ୍ତି। ଭାଜପା ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ଇସି ଏହି ପଦକ୍ଷେପ ଗ୍ରହଣ କରିଛନ୍ତିି।