Categories: ଜାତୀୟ

କମଳନାଥଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ, ୨୨ା୧୦: ମଧ୍ୟପ୍ରଦେଶର ମନ୍ତ୍ରୀ ଇମର୍ତ୍ତୀ ଦେବୀଙ୍କ ବିରୋଧରେ ‘ଆଇଟମ୍‌’ ମନ୍ତବ୍ୟ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳନାଥଙ୍କୁ ନିର୍ବାଚନ ଆୟୋଗ (ଇସି) ବୁଧବାର ନୋଟିସ ଜାରି କରିଛନ୍ତି। ନୋଟିସ ପାଇବାର ୪୮ ଘଣ୍ଟା ମଧ୍ୟରେ ଏନେଇ ଉତ୍ତର ରଖିବା ଲାଗି ଇସି ପକ୍ଷରୁ କୁହାଯାଇଛି। ଗତ ସପ୍ତାହରେ ଦାବ୍ରାରେ ଅନୁଷ୍ଠିତ ନିର୍ବାଚନ ବୈଠକରେ କମଳନାଥ ଇମର୍ତ୍ତୀ ଦେବୀଙ୍କୁ ‘ଆଇଟମ୍‌’ ବୋଲି କହିଥିଲେ। ଏହାକୁ ଭାଜପା ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ଏମିତିକି ରାହୁଲ ଗାନ୍ଧୀ ମଧ୍ୟ କମଳନାଥଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଥିଲେ।

Share