ନୂଆଦିଲ୍ଲୀ,୧୬।୧: କୋଭିଡ୍-୧୯ ନିୟମ ଉଲ୍ଲଂଘନ କରି ସମାଜବାଦୀ ପାର୍ଟି ଲକ୍ଷ୍ନୌ କାର୍ଯ୍ୟାଳୟରେ ଭର୍ଚୁଆଲ ରାଲି ନାମରେ ଜନ ସମାବେଶ କରିଥିବାରୁ ନିର୍ବାଚନ କମିଶନ (ଇସି) ନୋଟିସ ଜାରି କରିଛନ୍ତି।
ଶୁକ୍ରବାର ହୋଇଥିବା ସମାବେଶରେ କୋଭିଡ୍ ଗାଇଡଲାଇନର ଉଲ୍ଲଂଘନକୁ ନେଇ ସମାଜବାଦୀ ପାର୍ଟିକୁ ଇସି ସ୍ପଷ୍ଟୀକରଣ ମାଗିଛନ୍ତି। ନୋଟିସ ପାଇବାର ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ନ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଉତ୍ତରପ୍ରଦେଶରେ ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ୭ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ କୋଭିଡ୍ ସଂକ୍ରମଣ ପାଇଁ ସମସ୍ତ ସଭା, ସମାବେଶକୁ ନିଷେଧ କରାଯାଇଛି।