Categories: ଜାତୀୟ

ବିଜୟ ଶୋଭାଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ଉଠିଲା

ନୂଆଦିଲ୍ଲୀ,୧୦।୩: ଦେଶର ୫ ରାଜ୍ୟରେ ବିଧାନସଭା ଲାଗି ଭୋଟଗଣତି ଜାରି ରହିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ନେଇ ନିର୍ବାଚନୀ ବିଜୟ ରାଲି ଉପରେ ଲଗାଯାଇଥିବା ନିଷେଧାଦେଶକୁ ଗୁରୁବାର କମିଶନ ହଟାଇ ଦେଇଛନ୍ତି। ଅର୍ଥାତ ଫଳାଫଳ ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ବିଜୟ ଶୋଭାଯାତ୍ରା ବାହାର କରିପାରିବେ। ତେବେ ଏଥିଲାଗି କମିଶନ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା କଟକଣା ପାଳନ କରିବାକୁ କହିଛନ୍ତି। ଏଥିସହ ଶୋଭାଯାତ୍ରାରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ହେବ ବୋଲି କୁହାଯାଇଛି।

Share