Categories: ଜାତୀୟ

ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ହୋଇଥିବା ଟୁଇଟ୍‌କୁ ସଂଶୋଧନ କରିବାକୁ ଖାର୍ଗେଙ୍କୁ ନିର୍ଦ୍ଦେଶ ଦେଲେ ଇସି

ନୂଆଦିଲ୍ଲୀ,୮।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ସଂପର୍କରେ କଂଗ୍ରେସ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଇଥିବା ଟୁଇଟ୍‌କୁ ସଂଶୋଧନ କରିବାକୁ ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ହୁବଲିରେ ଏକ ପ୍ରଚାର ରାଲିରେ ସୋନିଆ ଗାନ୍ଧୀ ଭାଜପାକୁ ଟାର୍ଗେଟ କରି କହିଥିଲେ, କର୍ନାଟକର ପ୍ରତିଷ୍ଠା, ସାର୍ବଭୌମତ୍ୱ କିମ୍ବା ଅଖଣ୍ଡତା ପାଇଁ କଂଗ୍ରେସ କାହାକୁ ବିପଦ ସୃଷ୍ଟି କରିବାକୁ ଦେବ ନାହିଁ। ଏହି ବିବୃତ୍ତିକୁ ନେଇ କଂଗ୍ରେସ ତାର ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲା। ଏହାକୁ ନେଇ ଭାଜପା କେନ୍ଦ୍ରୀୟ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା। ତେବେ ସାର୍ବଭୌମତ୍ୱ ଶବ୍ଦ କେବଳ ଦେଶକୁ ଦର୍ଶାଉଛି ବୋଲି କଂଗ୍ରେସ ଅଭିଯୋଗରେ କହିଥିଲା।

Share