ଥରକେ ହୋଇପାରିବ ନାହିଁ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ, ୧୫ା୪- ପୂରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ ଏକାଥରକେ କରାଯିବା ନେଇ ଆକଳନ କରାଯାଉଥିଲା। ଏପରି କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥି ନେଇ ନିର୍ବାଚନ ଆୟୋଗ ନିକଟରେ ଅନୁରୋଧ ମଧ୍ୟ କରିଥିଲେ। ହେଲେ ଏହାକୁ ଅସ୍ବୀକାର କରିଛନ୍ତି ଇସି। ଏଭଳି କୌଣସି ଯୋଜନା ନାହିଁ ବୋଲି ଇସି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ମୁଖ୍ୟ ଇଲେକ୍ଟୋରାଲ କାର୍ଯ୍ୟାଳୟ (ସିଇଓ) ପକ୍ଷରୁ ଶୁକ୍ରବାର ସର୍ବ ଦଳୀୟ ବୈଠକ ଡକା ଯାଇଛି। ପୂର୍ବରୁ ଜନ ସାଧାରଣ ବୈଠକ, ରାଲି ଓ ଅନ୍ୟ ପ୍ରଚାର କାର୍ଯ୍ୟକ୍ରମରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳକୁ ପତ୍ର ଲେଖିଥିଲେ ନିର୍ବାଚନ ଆୟୋଗ।

Share