Categories: ଜାତୀୟ

ନିର୍ବାଚନ ପ୍ରଚାରରେ ପିଲାଙ୍କୁ ମନା

ନୂଆଦିଲ୍ଲୀ,୫।୨: ନିର୍ବାଚନ ପ୍ରଚାରରେ ପିଲାମାନଙ୍କୁ କୌଣସି ପ୍ରକାରେ ବ୍ୟବହାର କରାଯାଇପାରିବ ନାହିଁ। ସେମାନଙ୍କୁ ପୋଷ୍ଟର, ପ୍ରଚାରପତ୍ର ବାଣ୍ଟିବା କିମ୍ବା ସ୍ଲୋଗାନ ଦେବାରେ ନିୟୋଜିତ କରାଯିବ ନାହିଁ। ଲୋକ ସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ(ଇସି) ସୋମବାର ଏକ ଆଡଭାଇଜରି ଜାରି କରି ରାଜନୈତିକ ଦଳଗୁଡ଼ିକୁ ସତର୍କ କରାଇଛନ୍ତି।

ନିର୍ବାଚନ ପ୍ରକ୍ରିୟାରେ ଦଳ ଏବଂ ପ୍ରାର୍ଥୀ ଯଦି ପିଲାମାନଙ୍କୁ ବ୍ୟବହାର କରନ୍ତି, ତେବେ ତାହାକୁ ବରଦାସ୍ତ କରାଯିବ ନାହଁ ବୋଲି ଇସି କହିଛନ୍ତି। ଏପରିକି ପ୍ରଚାର ବେଳେ ପିଲାଙ୍କୁ କୋଳରେ ନ ଧରିବା ଏବଂ ପ୍ରଚାର ଗାଡ଼ି କିମ୍ବା ରାଲିରେ ନ ନେବା ପାଇଁ କୁହାଯାଇଛି।

ତେବେ ରାଜନୈତିକ ଦଳ ଦ୍ୱାରା ନିର୍ବାଚନ ପ୍ରଚାରରେ ସାମିଲ ନ ଥିବା ମା’ ବାପା କିମ୍ବା ଅଭିଭାବକଙ୍କ ସହ ପିଲା ଉପସ୍ଥିତ ଥିଲେ ତାହାକୁ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ ବୋଲି ଧରାଯିବ ନାହିଁ। ଶିଶୁ ଶ୍ରମ ସମ୍ପର୍କିତ ଆନୁଷଙ୍ଗିକ ଆଇନର ଅନୁପାଳନକୁ ସୁନିଶ୍ଚିତ କରିବାରେ ଜିଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ନିଂ ଅଫିସର ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ନିର୍ବାଚନ କମିଶନ ଚେତାବନୀ ଦେଇଛନ୍ତି।

Share