Categories: ଜାତୀୟ

ନିର୍ବାଚନ ପୂର୍ବରୁ ବଢ଼ିଲା ଖର୍ଚ୍ଚ ସୀମା

ନୂଆଦିଲ୍ଲୀ,୬।୧: ଲୋକ ସଭା ଓ ବିଧାନସଭା ନର୍ବାଚନ ଲାଗି ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମାକୁ ବୃଦ୍ଧି କରାଯାଇଛି। ଲୋକ ସଭା ପ୍ରାର୍ଥୀଙ୍କ ଲାଗି ସର୍ବୋଚ୍ଚ ଖର୍ଚ୍ଚ ସୀମା ୭୦ ଲକ୍ଷ ଟଙ୍କା ଥିବାବେଳେ ଏହା ୯୫ ଲକ୍ଷକୁ ବୃଦ୍ଧି ହୋଇଛି। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚସୀମା ୨୮ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ନିର୍ବାଚନ କମିଶନ (ଇସି)ଙ୍କ ସୁପାରିସ ଆଧାରରେ ଆଇନ ମନ୍ତ୍ରଣାଳୟ ଉପରୋକ୍ତ ନିଷ୍ପତ୍ତି ନେଇଛି। ଖର୍ଚ୍ଚ ମୁଦ୍ରସ୍ଫୀତି ସୂଚକାଙ୍କ ବଢ଼ିବା ସହ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟାରେ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସଂଶୋଧିତ ଖର୍ଚ୍ଚ ସୀମା ଲାଗୁ ହେବ।

Share