୮ ଭାରତୀୟଙ୍କୁ ‘ଇକୋ ଓସ୍କାର’

ସିଙ୍ଗାପୁର,୧୦ା୧୧:‘ଇକୋ ଓସ୍କାର’ ଭାବେ ପରିଚିତ ୨୦୨୩ର ଆର୍ଥଶଟ୍‌ ପୁରସ୍କାର ଭାରତରୁ ୮ ଜଣଙ୍କୁ ମିଳିଛି। ପ୍ରିନ୍ସ ଓ୍ବିଲିୟମ୍‌ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ। ପୁରସ୍କାର ବାବଦରେ ବିଜେତାଙ୍କୁ ୧ ନିୟୁତ ପାଉଣ୍ଡ ମିଳିବ। ୨୦୧୩ରେ ଏସ୍‌୪ଏସ୍‌ର ଟେକ୍‌ନୋଲୋଜିର ପ୍ରତିଷ୍ଠା କରିଥିବା ନିଧି ପନ୍ତ, ବୈଭବ ଟିଡ୍‌କେ, ସ୍ବପ୍ନିଳ କୋକ୍‌ଟେ, ଗଣେଶ ଭେରେ, ଶୀତଲ ସୋମାନି, ତୁଷାର ଗଓ୍ବାରେ ଏବଂ ଅଶ୍ୱିନ ପାଓ୍ବାଡେ ପୁରସ୍କାର ପାଇଛନ୍ତି। ବିଶ୍ୱକୁ ବର୍ଜ୍ୟ ମୁକ୍ତ କରିବା ବର୍ଗରେ ସେମାନେ ପୁରସ୍କୃତ ହୋଇଛନ୍ତି। ସେହିପରି ଫିକ୍ସ ଆଓ୍ବାର ପ୍ଲାନେଟ୍‌ ବର୍ଗରେ ଆଦିଥ ମୂର୍ତ୍ତିଙ୍କ ‘ବୁମିତ୍ର’ ପୁରସ୍କୃତ ହୋଇଛି।

Share