Advertisement

ରାତିରେ ସହରର ଭ୍ରମ ସୃଷ୍ଟି କରୁଛି ଇକୋ ରିଟ୍ରିଟ: ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି, ୩।୧୨(ଅରୁଣ ସାହୁ): ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ଆରମ୍ଭ ହୋଇଯାଇଛି। ଚଳିତଥର ପର୍ଯ୍ୟଟକଙ୍କ ଅଧିକ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର କଟେଜ ଗୁଡିକର ଦର ଶସ୍ତା କରିବା ସହ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ଅଧିକ ସୁବନ୍ଦୋବସ୍ତ କରିଛନ୍ତି। ଆଲୋକମାଳାରେ ଇକୋ ରିଟ୍ରିଟ ରାତିହେଲେ ସହରର ଭ୍ରମ ସୃଷ୍ଟି କରୁଛି। ପର୍ଯ୍ୟଟକଙ୍କୁ ଏହି ଇକୋ ରିଟ୍ରିଟ ଟାଣି ଆଣୁଛି। ଦାରିଙ୍ଗବାଡି ହିଲଭିୟୁ ପାର୍କର ବିପରୀତ ପାର୍ଶ୍ୱରେ ଥିବା ଏକ ପାହାଡ଼ ଉପରେ ଏହି ଇକୋ ରିଟ୍ରିଟଟି ରହିଛି। ଏହା ଦିନରେ କଶ୍ମୀରର ଭ୍ରମ ସୃଷ୍ଟି କରୁଥିବାବେଳେ ରାତିରେ ସହର ଭଳି ଅନୁଭବ ହେଉଛି। ଚଳିତଥର ସାଧାରଣ ଲୋକ ମଧ୍ୟ ଏହାକୁ ବୁକିଂ କରି ଆସୁଥିବା ଜଣାପଡିଛି।

ଭୁବନେଶ୍ୱରଠାରୁ ୨ଶହ ୬୦ କିମି ଦାରିଙ୍ଗବାଡି ଇକୋ ରିଟ୍ରିଟ ହୋଇଥିବା ବେଳେ ବ୍ରହ୍ମପୁରରୁ ୧ ଶହ ୩୫ କିମି ଏବଂ ରାୟଗଡା ଜିଲା ମୁନିଗୁଡା ରେଳ ଷ୍ଟେଶନରୁ ପ୍ରାୟ ୧ ଶହ ୫୦କିମି ଦୂରତା ହେଉଛି ଏହି ଇକୋ ରିଟ୍ରିଟକୁ ତେବେ ଅଧିକାଂଶ ପର୍ଯ୍ୟଟକ ନିଜ ବ୍ୟକ୍ତିଗତ ଗାଡି ନେଇ ପହଞ୍ଚୁଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଉକ୍ତ ଇକୋ ରିଟ୍ରିଟ ଚଳିତ ମାସ ୧ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଫେବୃୟାରୀ ୨୮ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲିକ କହିଛନ୍ତି। ଏଥିରେ ମୋଟ ୨୫ଟି କଟେଜ ରହିଥିବା ବେଳେ ୫ଟି ପ୍ରିମିୟମ ଓ ୨୦ଟି ଡିଲକ୍ସ କଟେଜ ରୁମ ରହିଛି। ପର୍ଯ୍ୟଟକଙ୍କ ପାଇଁ ଇଣ୍ଡୋର ଗେମ ବ୍ୟବସ୍ଥା ତଥା ଟେବୁଲ ଟେନିସ, କ୍ୟାରମ, ସାଇକେଲିଙ୍ଗ, ଟ୍ରାକିଙ୍ଗ, ପର୍ଯ୍ୟଟନ କ୍ଷେତ୍ର ବୁଲିବା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ, କିଡ୍ସ ଜୋନ, ବ୍ୟାଟେରୀ ଚାଳିତ ଗାଡିରେ ଯାତାୟାତ ବ୍ୟବସ୍ଥା, ପାରମ୍ପରିକ ଖାଦ୍ୟ ଭଳି ଅନେକ ବ୍ୟବସ୍ଥା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share