ପାକିସ୍ତାନରେ ଆର୍ଥିକ ସଙ୍କଟ ଗୁରୁତର: ବିଦେଶମନ୍ତ୍ରୀ…

ଇସଲାମାବାଦ,୧୬।୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଦେଶ ଆର୍ଥିକ ସଙ୍କଟ ଝଡ଼ର ସମ୍ମୁଖୀନ ହୋଇଛି। ରାଜନୈତିକ, ଅର୍ଥନୈତିକ ଏବଂ ସୁରକ୍ଷା ପ୍ରସଙ୍ଗଗୁଡ଼ିକର ଅବନତି ସହ ଏହା ମୁକାବିଲା କରୁଛି। ଏହି ସୂଚନା ପାକିସ୍ତାନ ଭିତ୍ତିକ ଜିଓ ନ୍ୟୁଜ ଦେଇଛି।

ଡେଲୀ ଶୋ’କୁ ଦେଇଥିବା ଏକ ସାକ୍ଷାତକାରରେ ବିଲାୱାଲ କହିଛନ୍ତି ଦୁର୍ଭାଗ୍ୟବଶତଃ ପାକିସ୍ତାନ ବର୍ତ୍ତମାନ ସଙ୍କଟର ସମ୍ମୁଖୀନ ହୋଇଛି। ଆଫଗାନିସ୍ତାନ ସରକାରଙ୍କ ପତନ ପରେ ଦେଶ ସୁରକ୍ଷା ପ୍ରତି ବିପଦ ଏବଂ ସଙ୍କଟ ଦେଇ ଗତି କରୁଛି ବୋଲି ସେ କହିଛନ୍ତି।

ପାକିସ୍ତାନରେ ଚାଲିଥିବା ଅଶାନ୍ତି ଉପରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଇମ୍ରାନ ଖାନ ଗିରଫ ହେବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଦେଶ ଏକ ସମୟରେ ବିଶୃଙ୍ଖଳା ଏବଂ ସଙ୍କଟ ଦେଇ ଗତି କରୁଥିବା ବେଳେ ପିଟିଆଇ ମୁଖ୍ୟ ବିଶ୍ୱାସ କରୁଛନ୍ତି ଯେ ଦେଶର ଆଇନ ସେମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।

Share