Categories: ବାଣିଜ୍ୟ

‘ଏକ ଷ୍ଟେଶନ ଏକ ଉପତ୍ାଦ’ ଜରିଆରେ ଆର୍ଥିକ ଅଭିବୃଦ୍ଧି

ଭୁବନେଶ୍ୱର, ୯।୮: ଭାରତୀୟ ରେଳପଥର ବହୁ ପ୍ରତୀକ୍ଷିତ ‘ଏକ ଷ୍ଟେଶନ ଏକ ଉପତ୍ାଦ’ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଥିବା ଆକର୍ଷଣୀୟ ଷ୍ଟଲ୍‌ଗୁଡିକ ପ୍ରତିଦିନ ଭଲ ରୋଜାଗାର କରୁଛନ୍ତି। ଏପରିକି ଉଭୟ ଖୋର୍ଦ୍ଧା ରୋଡ୍‌ ଓ ଭୁବନେଶ୍ୱର ରେଳ ଷ୍ଟେଶନଠାରେ ପ୍ରତିଦିନ ୪୦୦୦ରୁ ୬୦୦୦ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ବିକ୍ରି ହେଉଛି। ଫଳରେ ଷ୍ଟେଶନରେ ଷ୍ଟଲ୍‌ ନେଇଥିବା ଉପତ୍ାଦକ ସଙ୍ଗଠନଗୁଡ଼ିକ ଭଲ ଦି ପଇସା ରୋଜଗାର କରିବା ସଙ୍ଗେ ସଙ୍ଗେ ଆର୍ଥିକ ଅଭିବୃଦ୍ଧିକୁ ମଧ୍ୟ ମଜଭୁତ କରିପାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର କୃଷକ, ମହିଳା, କାରିଗର, ବୁଣାକାରଙ୍କ ବିକାଶ ପାଇଁ ରାଷ୍ଟ୍ରୀୟ କୃଷି ଓ ଗ୍ରାମ୍ୟ ବିକାଶ ବ୍ୟାଙ୍କ (ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲ୍‌ଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ ବା ନାବାର୍ଡ) କାର୍ଯ୍ୟ କରୁଛି। ଏପରିକି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଦିଗରେ ମଧ୍ୟ ନାବାର୍ଡ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭାରତୀୟ ରେଲଓ୍ବେ ପକ୍ଷରୁ ନିକଟରେ ଆରମ୍ଭ କରାଯାଇଥିବା ‘ଏକ ଷ୍ଟେଶନ ଏକ ଉପତ୍ାଦ’ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ପାଇଁ ନାବାର୍ଡ ମଧ୍ୟ ଉଦ୍ୟମ ଆରମ୍ଭ କରିଛି। ଏପରିକି ନାବାର୍ଡ ପକ୍ଷରୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ନିଗମ’ର ସହାୟତାରେ ଖୋର୍ଦ୍ଧା ଜିଲାର କାର୍ଯ୍ୟରତ ବିଭିନ୍ନ କୃଷକ ଉପତ୍ାଦକ ସଙ୍ଗଠନ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବୁଣାକାର ଓ କଳାକାରମାନଙ୍କ ଦ୍ୱାରା ଗଠିତ ଉପତ୍ାଦନ ସଙ୍ଗଠନଗୁଡ଼ିକ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ପାଇଁ ଉଦ୍ୟମ ଚାଲିଛି।

ସେହିଭଳି ଖୋର୍ଦ୍ଧା ରୋଡ୍‌ ଏବଂ ଭୁବନେଶ୍ୱର ରେଳ ଷ୍ଟେଶନଠାରେ ‘ଏକ ଷ୍ଟେଶନ ଏକ ଉପତ୍ାଦ’ ଏକ ଆକର୍ଷଣୀୟ ଷ୍ଟଲ୍‌ ମଧ୍ୟ ନିକଟରେ ଉଦ୍‌ଘାଟନ କରାଯାଇଥିଲା ବୋଲି ‘ନିଗମ’ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ. କେ. ମିଶ୍ର, ଜିଲା ବିକାଶ ପ୍ରବନ୍ଧକ ତୃପ୍ତି ତାପସୀ ରଥ ଏବଂ ଷ୍ଟେଶନ ମ୍ୟାନେଜରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

Share