ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

କ୍ୱିଟୋ,୧୦।୮: ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ସାରେ କ୍ୱିଟୋରେ ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋ ଭିଲାଭିକେନ୍ସିଓଙ୍କୁ ହତ୍ୟା କରାଯାଇଛି। ଏକ ରାଜନୈତିକ ସମାବେଶରେ ଏହି ଘଟଣା ଘଟିଛି। ପ୍ରାୟ ଦୁଇ ସପ୍ତାହ ପରେ ଇକ୍ୟୁଏଡୋରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି।

ସୂଚନାଯୋଗ୍ୟ, ନିର୍ବାଚନ ରାଲିରେ ଭାଗ ନେବା ପରେ ସେ କାରରେ ବସିବାକୁ ଯାଉଥିବା ବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଏହି ରାଲିରେ ଭାଗ ନେବାକୁ ୫୯ ବର୍ଷିୟ ଫର୍ନାଣ୍ଡୋ କ୍ୱିଟୋସ୍ଥିତ ଏକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ। ଗୁଳି ଚଳାଇବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Share