Categories: ଜାତୀୟ

ଅଭିଷେକଙ୍କ ବିରୋଧରେ ନୂଆ ସମନ ଜାରି କରିପାରିବ ଇଡି: କୋଲକାତା ହାଇକୋର୍ଟ

କୋଲକାତା,୫।୧୦: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ପ୍ରଶ୍ନର ସମ୍ମୁଖୀନ ହେଉଥିବା ତୃଳମୂଳ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବଢିପାରେ। ଯାଞ୍ଚ ସମୟରେ ଦସ୍ତାବିଜର ଅଭାବ ଦର୍ଶାଇ ଇଡି ଅଭିଷେକଙ୍କ ହାଜର ସମ୍ପର୍କରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛି।

ହାଇକୋର୍ଟ କହିଛନ୍ତି, ଯଦି ଏମ୍‌ପିଙ୍କ ଦ୍ୱାରା ଦିଆଯାଇଥିବା ଦସ୍ତାବିଜ ଏବଂ ପ୍ରମାଣରେ ଇଡି ସନ୍ତୁଷ୍ଟ ନୁହେଁ, ତେବେ ସେ ହାଜର ହେବା ପାଇଁ ଇଡି ଏକ ନୂତନ ସମନ ଜାରି କରିବା ଉପରେ ବିଚାର କରିପାରିବ। ଗତ ସେପ୍ଟେମ୍ବର ୧୩ରେ ଶିକ୍ଷକ ନିଯୁକ୍ତି ମାମଲାରେ ଇଡି ଅଭିଷେକ ବାନାର୍ଜୀଙ୍କୁ ପ୍ରାୟ ୯ଘଣ୍ଟା ପଚରାଉଚରା କରିଥିଲା।

Share