Categories: ଜାତୀୟ

୨ ଚାଇନା ନାଗରିକଙ୍କୁ ଗିରଫ କଲା ଇଡ଼ି

ନୂଆଦିଲ୍ଲୀ,୧୭।୧: ବେଆଇନ ଭାବେ ଟଙ୍କା ଠୁଳ କରିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୨ ଜଣ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି। ଚାର୍ଲି ପେଙ୍ଗ୍‌ ଏବଂ କାର୍ଟର ଲିଙ୍କ ନାମରେ ଅଭିଯୋଗ ଆସିବା ପରେ ଇଡ଼ି ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ଏହାପରେ ସେମାନଙ୍କ ଗିରଫ କରାଯାଇଛି। ଭାରତରେ ରହି ସେମାନେ ଚାଇନା କମ୍ପାନୀ ପାଇଁ ବଡ଼ ହାଓ୍ବଲା ର଼୍ୟାକେଟ ଚଳାଉଥିଲେ। ଏହା ଦ୍ୱାରା ଭାରତ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ଘଟୁଥିଲା। ଗତ ବର୍ଷ ଚାର୍ଲିଙ୍କ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ମଧ୍ୟ କରାଯାଇଥିଲା। ଗତ ବର୍ଷ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ପକ୍ଷରୁ ଚାର୍ଲିଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା।

Share