ରାଞ୍ଚି,୨୫ ।୮: ଝାଡ଼ଖଣ୍ଡରେ ଅବୈଧ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟ ପ୍ରେମ ପ୍ରକାଶଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ପ୍ରେମ ପ୍ରକାଶ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପାରିବାରିକ ବନ୍ଧୁ ଅମିତ ଅଗ୍ରୱାଲଙ୍କ ନିକଟତମ ସହଯୋଗୀ । ଏହା ପୂର୍ବରୁ ବିଳମ୍ବିତ ରାତିରେ ପ୍ରେମ ପ୍ରକାଶଙ୍କ ଘରୁ ଇଡି ୨ଟି ଏକେ ୪୭, ୬୦ ଗୁଳି ଓ ୨ଟି ମ୍ୟାଗାଜିନ ଜବତ କରିଥିଲା । ପରେ ରାଞ୍ଚି ପୋଲିସ ଏକ ପ୍ରେସ ବିଜ୍ଞପ୍ତିରେ କହିଥିଲେ ଜବତ ଏକେ-୪୭ ପ୍ରେମ ପ୍ରକାଶଙ୍କର ନୁହେଁ ବରଂ ତାଙ୍କ ପାଖରେ ଥିବା ୨ ପୋଲିସ କନଷ୍ଟେବଳଙ୍କର ।
Posted inଜାତୀୟ