ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ସହ ପ୍ରମୋଟର ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଗିରଫ କରିଛି। ମହାରାଷ୍ଟ୍ର ଭିତ୍ତିକ ପିଏମ୍ସି ବ୍ୟାଙ୍କରୁ ୪,୩୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ତାଙ୍କ ବିରୋଧରେ ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମାର୍ଚ୍ଚରେ ରାଣା ଗିରଫ ହେବା ପରେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ବହୁଚର୍ଚ୍ଚିତ ୟେସ୍ ବ୍ୟାଙ୍କରେ ଆର୍ଥତ୍କ ଅନିୟମିତତା ଅଭିଯୋଗରେ ସେ ପୂର୍ବରୁ ଗିରଫ ହୋଇଥିଲେ। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ବର୍ତ୍ତମାନ ଜେଲରେ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ତାଙ୍କୁ ପିଏମ୍ଏଲ୍ଏ କୋର୍ଟରେ ହାଜର କରାଯାଇଥିଲା। ରାଣାଙ୍କୁ ଜାନୁୟାରୀ ୩୦ ଯାଏ ହାଜତକୁ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ବର୍ତ୍ତମାନ ଦ୍ୱିତୀୟ ବେଆଇନ ଅର୍ଥ କାରବାର ମାମଲା ରୁଜୁ କରାଯାଇଥିବା ଜଣାପଡିଛି।