Categories: ଜାତୀୟ

ପୁଣି ବୁଧବାର ଇଡିରେ ହାଜର ହେବାକୁ ରାହୁଲଙ୍କୁ ସମନ

ନୂଆଦିଲ୍ଲୀ,୧୪।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ତୃତୀୟ ଦିନ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ଏଥିଲାଗି ସୋମବାର ରାହୁଲଙ୍କୁ ଇଡି ସମନ କରିଛି। ସୋମବାର ୧୦ ଘଣ୍ଟା, ମଙ୍ଗଳବାର ୯ ଘଣ୍ଟାର ମାରାଥନ ଜେରା କରିବା ପରେ ମଧ୍ୟ ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ପୁନର୍ବାର ଜେରା ଲାଗି ହାଜର ହେବାକୁ ସମନ କରାଯାଇଥିବା ଚର୍ଚ୍ଚା ହେଉଛି।

ପ୍ରକାଶ ଯେ, ରାହୁଲ ମଙ୍ଗଳବାର ୧୧ଟା ୫ ମିନିଟରେ ଭଉଣୀ ତଥା ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଏପିଜେ ଅବଦୁଲ କଲାମ ରୋଡ୍‌ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚତ୍ଥିଲେ। ୧୧ଟା ୩୦ରୁ ୪ ଘଣ୍ଟା ଜେରା ପରେ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଛଡ଼ାଯାଇଥିଲା। ୪ଟା ୩୦ରୁ ପୁଣିଥରେ ଜେରା ଆରମ୍ଭ ହୋଇଥିଲା। ଇଡି କାର୍ଯ୍ୟାଳୟ ବାହାରେ ଦିଲ୍ଲୀ ପୋଲିସ ପକ୍ଷରୁ ୧୪୪ ଧାରା ଜାରି ସହ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ। ଏହା ବ୍ୟତୀତ ଇଡି କାର୍ଯ୍ୟାଳୟକୁ ଯାଇଥିବା ସମସ୍ତ ଆପ୍ରୋଚ ରୋଡ୍‌କୁ ବାରିକେଡ କରାଯାଇ ସାଧାରଣ ଯାତାୟାତ ବନ୍ଦ କରିଦିଆଯାଇଥିଲା।

Share