Categories: ଜାତୀୟ

ସଞ୍ଜୟ ସିଂଙ୍କ ବାସଭବନରେ ଇଡି

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପହଞ୍ଚିଛି। ଇଡି ଟିମ ଦ୍ୱାରା ଏଏପି ନେତାଙ୍କ ବାସଭବନରେ ସର୍ଚ୍ଚ ଅପରେଶନ ଚାଲିଛି। ସଞ୍ଜୟ ସିଂ ନିଜେ ଖବରଦାତାମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଚଳିତ ବର୍ଷ ମେ’ରେ ଇଡି ସଞ୍ଜୟ ସିଂଙ୍କ ଘରେ ଚଢାଉ କରିଥିଲା। ସେହି ସମୟରେ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ମଧ୍ୟ ସର୍ଚ୍ଚ ଅପରେଶନ କରାଯାଇଥିଲା।

ସଞ୍ଜୟ ସିଂ କ୍ରମାଗତ ଭାବରେ ଇଡି ଏବଂ ସିବିଆଇକୁ ଟାର୍ଗେଟ୍‌ କରୁଥିବା ନଜର ଆସିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ତଦନ୍ତ ଏଜେନ୍ସି ମାଧ୍ୟମରେ ବିରୋଧୀଦଳର ନେତାମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଏଏପି ଏମ୍‌ପିଙ୍କ ବାସଭବନରେ ଚଢାଉ କରାଯାଇଛି। ତେବେ ଏପର୍ଯ୍ୟନ୍ତ ସଞ୍ଜୟ ସିଂଙ୍କ ପକ୍ଷରୁ କୌଣସି ପ୍ରକାରର ସରକାରୀ ବିବୃତ୍ତି ଆସିନାହିଁ କିମ୍ବା ଆମ ଆଦମୀ ପାର୍ଟି ଏ ବିଷୟରେ କିଛି କହିନାହିଁ।

Share