ଭୁବନେଶ୍ୱର,୨୬।୮ (ସୂର୍ଯ୍ୟକାନ୍ତ ବେହେରା): ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କରିଛି (ଆଟାଚ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତେବେ ଏହାପୂର୍ବରୁ ବାବାଙ୍କ ୪ଟି ଦାମୀ କାର୍ ଓ ୨ରୁ ଊର୍ଦ୍ଧ୍ୱ ବିଳାସମୟ ଘର ଜବତ କରିସାରିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପାଇଁ ମଧ୍ୟ ଗୋଲ୍ଡେନ ବାବା ୱାଣ୍ଟେଡ ଅଛନ୍ତି। ଓଡିଶାର ବ୍ୟବସାୟୀମାନଙ୍କୁ ଲୋନ ଦେବା ନାଁରେ ୫.୫୦ କୋଟି ଟଙ୍କା ପ୍ରତାରଣ କରିଛନ୍ତି । ଏହି ଠକେଇ ଘଟଣାରେ ଇଡି ବାବାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଦିଗକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।