ରୋଜ୍‌ଭ୍ୟାଲିର ଆଉ ୫୪ କୋଟି ସମ୍ପତ୍ତି ଆଟାଚ୍‌ କଲା ଇଡି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ବିଭିନ୍ନ ସ୍କିମ୍‌ ଜରିଆରେ ବହୁ କୋଟି ଟଙ୍କା ଠକେଇ କରିଥିବା ଚିଟ୍‌ଫଣ୍ଡ୍‌ ସଂସ୍ଥା ‘ରୋଜ୍‌ଭ୍ୟାଲି ଗ୍ରୁପ୍‌’ର ଆଉ ୫୪ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଟାଚ୍‌ କରିଛି। ଆଟାଚ୍‌ ହୋଇଥିବା ଏହି ସମ୍ପତ୍ତିରେ ସଂସ୍ଥାର ମାଲିକ ଗୌତମ କୁଣ୍ଡୁ ଓ ସ୍ତ୍ରୀ ଶୁଭ୍ରାଙ୍କ ନାମରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ବିହାରରେ ଥିବା ଇନ୍‌ସ୍ୟୁରାନ୍ସ ପଲିସି, କୋଠା, ପ୍ଲଟ୍‌ ରହିଛି। ତେବେ ଏସବୁ ସମ୍ପତ୍ତି ଜମାକାରୀଙ୍କଠାରୁ ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥରେ ହୋଇଛି। ପୂର୍ବରୁ ଏହି ମାମଲାରେ ୧୧୧୭.୭୧ କୋଟି ଆଟାଚ୍‌ ହୋଇଥିବାବେଳେ ଏବେ ଏହା ବୃଦ୍ଧି ପାଇ ମୋଟ ୧୧୭୧. ୭୧ କୋଟିରେ ପହଞ୍ଚତ୍ଥିବା ଇଡି ପକ୍ଷରୁ ସୂଚନା ଦିଆଯାଇଛି।

Share