Categories: ଜାତୀୟ

ସଞ୍ଜୟ ରାଉତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ସିଲ୍‌

ମୁମ୍ବାଇ,୫ ।୪: ଶିବସେନା ନେତା ସଞ୍ଜୟ ରାଉତ ଏବେ ଅଡୁଆରେ । ମଙ୍ଗଳବାର ଏକ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ପତ୍ରା ଚାଲ ଭୂମି ଘୋଟାଲା ମାମଲାରେ ଇଡି ପିଏମଏଲଏ ଯାଞ୍ଚରେ ରାଉତଙ୍କର ଆଲିବାଗରେ ଥିବା ୮ଟି ଫ୍ଲାଟ ଓ ମୁମ୍ବାଇର ଫ୍ଲାଟ କୁର୍କକୁ ସଂଲଗ୍ନ କରିଛି । କୁହାଯାଉଛି ଏହି ଘୋଟାଲା ୧୦୩୪ କୋଟି ଟଙ୍କାର ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସଞ୍ଜୟ ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି । ଅସତ୍ୟମେବ ଜୟତ । ସୂଚନାଯୋଗ୍ୟ, ୧୦୩୪ କୋଟି ଟଙ୍କାର ପତ୍ରା ଚାଲ ଲ୍ୟାଣ୍ଡ ସ୍କାମ ମାମଲାରେ ସଞ୍ଜୟ ରାଉତଙ୍କ ନିକଟତମ ପ୍ରବିନ ରାଉତଙ୍କ ନାମ ସାମ୍ନାକୁ ଆସିଥିଲା । ଯାହାଙ୍କୁ ଇଡି ଗିରଫ କରିଛି । ଏହି ମାମଲାରେ ଚାର୍ଜସିଟ ବି ଦାଖଲ ହୋଇସାରିଛି ।

Share