ଭୁଜ,୬।୧୦ : ଦଶହରାର ରାବଣ ପୋଡ଼ି ଅବସରରେ କଂଗ୍ରେସ ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଏହା ସହିତ ଏନସେଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ)ର କାର୍ଯ୍ୟକୁ ବିରୋଧ କରାଯାଇ ପ୍ରଦର୍ଶନ କରାଯାଇଛି। ଗୁଜୁରାଟର ଭୁଜର କୁଞ୍ଚ ଜିଲା କଂଗ୍ରେସ ପକ୍ଷରୁ ରାବଣ ବଦଳରେ ଇଡି,ସିବିଆଇ ଏବଂ ମୁଦ୍ରାସ୍ଫୀତିର ପୁତ୍ତଳିକା ଜାଳି ଦଶହରା ଉତ୍ସବ ପାଳନ କରାଯାଇଛି।
ଭୁଜସ୍ଥିତ ହମିରସର ପୋଖରୀ କୂଳରେ ଭାରତୀୟ ଜନତା ପାର୍ଟି ସରକାର ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବିଭିନ୍ନ ସ୍ଲୋଗାନ ଦେଇ ଏଭଳି କରିଛନ୍ତି।
ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଭାଜପାକ ପ୍ରତିଟି କ୍ଷେତ୍ରରେ ଟାର୍ଗେଟ କରିବା ଆରମ୍ଭ କରିଛି। ମୁଦ୍ରାସ୍ଫୀତି, ଖରାପ ସ୍ବାସ୍ଥ୍ୟ ସୁବିଧା, ମହଙ୍ଗା ଶିକ୍ଷା ଏବଂ ଜିଏସଟି ଭଳି ପ୍ରସଙ୍ଗ ଉଠାଇ କଂଗ୍ରେସ ଶାସକ ଦଳକୁ ଘେରିବା ଜାରି ରଖିଛି।
କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ବ୍ୟବହାର କରି ବିରୋଧୀ ଦଳଙ୍କ ସ୍ବରକୁ ଦମନ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଭାଜପା ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛି।