Categories: ଜାତୀୟ

ସଞ୍ଜୟ ସିଂଙ୍କ ନାଁରେ ଇଡି ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨ା୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ଉକ୍ତ ମାମଲାରେ ଇଡି ଗତ ଅକ୍ଟୋବରରେ ସଞ୍ଜୟଙ୍କୁ ଗିରଫ କରିଥିଲା। ଇଡି ଅଭିଯୋଗ ଅନୁଯାୟୀ ଅବକାରୀ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ବ୍ୟବସାୟୀ ଦିନେଶ ଆରୋରା ଦୁଇଥରରେ ସଞ୍ଜୟଙ୍କ ବେଆଇନ ଭାବେ ୨ କୋଟି ଟଙ୍କା ଦେଇଥିଲେ। ୨୦୨୧ ଅଗଷ୍ଟରୁ ୨୦୨୨ ଏପ୍ରିଲ ମଧ୍ୟରେ ଏହି କାରବାର ହୋଇଥିଲା। ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜେଲ ଯାଇଥିବାବେଳେ ସଞ୍ଜୟ ଅଭିଯୁକ୍ତ ହେବାରେ ଦ୍ୱିତୀୟ ପ୍ରମୁଖ ନେତା। ଅନ୍ୟପକ୍ଷରେ ଏଏପି ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଆସିଛି।

Share