ନୂଆଦିଲ୍ଲୀ,୪।୫: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଗୁରୁବାର ଚାର୍ଜସିଟ ଦାଖଲ କରିଛି। ଏଥିରେ ଇଡି ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି। ଅବକାରୀ ନୀତି ମାମଲାରେ ମନିଷ ସିସୋଡିଆ ୨୯ ନମ୍ବର ଅଭିଯୁକ୍ତ ହୋଇଛନ୍ତି।
ଇଡି ମନିଷ ସିସୋଡିଆଙ୍କ ବିରୋଧରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ପ୍ରାୟ ଅଢେଇ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଅବକାରୀ ନୀତିରେ ତାଙ୍କ ବିରୋଧରେ ସିବିଆଇ ବି ଚାର୍ଜସିଟ ଦାଖଲ କରି ସାରିଛି। ସୂଚନାଯୋଗ୍ୟ, ଇଡି ସିସୋଡିଆଙ୍କୁ ଅବକାରୀ ନୀତି ମାମଲାରେ ୯ ମାର୍ଚ୍ଚରେ ଗିରଫ କରିଥିଲା। ଏହା ପୂର୍ବରୁ ସିବିଆଇ ସିସୋଡିଆଙ୍କୁ ୨୬ ଫେବୃୟାରୀକୁ ଦୀର୍ଘ ସମୟର ପଚରା ଉଚରା ପରେ ଗିରଫ କରିଥିଲା।