ନୂଆଦିଲ୍ଲୀ,୨୭।୧୧(ପି.ଟି.): ଦିଲ୍ଲୀ ଅବକାରୀ ନୀତି ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କୋର୍ଟରେ ପ୍ରଥମ ଚାର୍ଜଶିଟ୍ ଦାଖଲ କରିଛି। ଏଥିରେ ମଦ ବ୍ୟବସାୟୀ ସମୀର ମହାନ୍ଦ୍ରୁଙ୍କୁ ଅଭିଯୁକ୍ତ କରାଯାଇଛି। ଇଣ୍ଡୋସ୍ପିରିଟ୍ ମାଲିକ ମହାନ୍ଦ୍ରୁଙ୍କ ବିରୋଧରେ ମନିଲଣ୍ଡରିଂ ପ୍ରତିକାର ଆଇନ(ପିଏମ୍ଏଲ୍ଏ)ର ବିଭିନ୍ନ ଧାରା ଲଗାଯାଇଛି। ଦିଲ୍ଲୀ ଉପରାଜ୍ୟପାଳଙ୍କ ସୁପାରିସ୍ କ୍ରମେ ସିବିଆଇ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ଭାର ହାତକୁ ନେଇଥିଲା। ସିବିଆଇ ଏତଲା ଆଧାରରେ ଇଡି ନିଜ ଆଡ଼ୁ ମନିଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରି ୧୬୯ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଇଡି ୫ ଜଣଙ୍କୁ ଗିରଫ କରିଛି।