Categories: ଜାତୀୟ

ପିୟୁଷ ଜୈନଙ୍କ ବିରୋଧରେ ଇଡିରେ ମନି ଲଣ୍ଡରିଂ ମାମଲା

ଲକ୍ଷ୍ନୌ,୨ ।୮: ଉତ୍ତର ପ୍ରଦେଶ କନ୍ନୌଜର ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପିୟୁଷଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଡି ପିୟୁଷଙ୍କ କନ୍ନୌଜ ସ୍ଥିତ ଘର ଓ ପ୍ରତିଷ୍ଠାନ ସମେତ ଦେଶର ବିଭିନ୍ନ ସହରରେ ଥିବା ତାଙ୍କର ପତିଷ୍ଠାନ ଉପରେ ଚଢାଉ କରିପାରେ । ଏହା ବ୍ୟତୀତ ଇଡି ପିୟୁଷଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ବି ଆଟାଚ କରିପାରେ ।

ସୂଚନାଯୋଗ୍ୟ, ପିୟୁଷ ଜୈନଙ୍କ ଘରେ ଚଢାଉ କରି ଡିଡିଜିଆଇ ୧୯୭ କୋଟି ନଗଦ ଟଙ୍କା ଓ ୨୩ କିଲୋ ବିଦେଶୀ ସୁନା ଜବତ କରିଥିଲା । ପିୟୁଷଙ୍କ ବିରୋଧରେ ଡିଡିଜିଆଇ ଓ ଡିଆରଆଇରେ ଏଫଆଇଆର ଦିଆଯାଇଥିଲା । ଡିଡିଜିଆଇ ପିୟୁଷଙ୍କ ଉପରେ ୩୧.୫ କୋଟି ଟ୍ୟାକ୍ସ ଚୋରି ଅଭିଯୋଗ ଆଣିଥିଲା । ବିଦେଶୀ ସୁନା ମିଳିବା ପରେ ଡିଆରଆଇ ପିୟୁଷ ଜୈନଙ୍କ ଉପରେ ଏଫଆଇଆର ଦେଇଥିଲେ । ଏହାପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଅତର ବ୍ୟବସାୟୀଙ୍କୁ ଜାମିନ ପ୍ରଦାନ କରଥିଲେ ।

Share