Categories: ଜାତୀୟ

ମନୋରଞ୍ଜନ ବିଭାଗ ହୋଇଗଲାଣି ଇଡି, ଶୁଣାଣି ସମୟରେ କୋର୍ଟରେ କହିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୩।୧୦: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଏଜେନ୍ସି ସଞ୍ଜୟ ସିଂଙ୍କୁ କୋର୍ଟରେ ହାଜର କରିଛି।

ଦିଲ୍ଲୀ ହାଇକୋର୍ଟରେ ସ୍ବତନ୍ତ୍ର ବିଚାରପତି ଏମ କେ ନାଗପାଳଙ୍କ ବେଞ୍ଚରେ ସଞ୍ଜୟ ସିଂଙ୍କୁ ହାଜର କରାଯାଇଥିଲା। ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଦାବି ନ କରିବାରୁ କୋର୍ଟ ତାଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଶୁଣାଣି ସମୟରେ ସଞ୍ଜୟ କହିଛନ୍ତି, ବର୍ତ୍ତମାନ ଇଡି ମନୋରଞ୍ଜନ ବିଭାଗରେ ପରିଣତ ହୋଇଛି। ଏପରି ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତ, ଯଦି ଏପରି ମନ୍ତବ୍ୟ ଦେଉଛନ୍ତି ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୁଅନ୍ତୁ। ସଞ୍ଜୟ ସିଂଙ୍କ ଓକିଲ କୋର୍ଟରେ ଯୁକ୍ତି କରିଛନ୍ତି ଯେ, ସଞ୍ଜୟଙ୍କୁ ଜେଲରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯାଉ। ଏନେଇ କୋର୍ଟ ଜେଲରେ ସଞ୍ଜୟଙ୍କୁ ଔଷଧ ଓ ଚିକିତ୍ସା ଉପକରଣ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share